ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଇଡି ପୂର୍ବତନ ବିଧାୟକଙ୍କ ପୁଅ ଗୌତମ ମଲହୋତ୍ରାଙ୍କୁ ଗିରଫ କରିଛି। ତାଙ୍କୁ ଆଜି ଦିଲ୍ଲୀର ଏକ ଅଦାଲତରେ ହାଜର କରାଯିବ। ଏଠାରେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ। ପୂର୍ବତନ ଅକାଳି ଦଳର ବିଧାୟକ ଦୀପ ମଲୋହତ୍ରାଙ୍କ ପୁଅ ଗୌତମଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ସେ ମଦ ତିଆରି କରିଥିବା ବଡ଼ କମ୍ପାନୀ ଓଏସିସ୍ ଗ୍ରୁପର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ମାସରେ ୨୦୨୧-୨୨ ଅବକାରୀ ନୀତିକୁ ଶେଷ କରାଯାଇଥିଲା। ଦିଲ୍ଲୀ ଏଲ୍ଜି ଏହି ଅବକାରୀ ନୀତି ବିରୋଧରେ ସିବିଆଇକୁ ଯାଞ୍ଚ କରିବାକୁ କହିଥିଲେ। ସିବିଆଇ ଓ ଇଡି ମିଳିତ ଭାବେ ଏହି ମାମଲାର ଯାଞ୍ଚ କରୁଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….