ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛି ।ରେପୋ ରେଟ୍ ୦.୨୫ ପ୍ରତିଶତ ବୃଦ୍ଧି କରିଥିବା ଜଣାପଡ଼ିଛି । ଆଜି ଅନୁଷ୍ଠିତ ହୋଇଥିବା ଆରବିଆଇର ମୁଦ୍ର ନୀତି ବୈଠକରେ ନିଷ୍ପତ୍ତି ନିଆଯାଇଛି।ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତିନିଦିନିଆ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି । ତେବେ ଆରବିଆଇର ଏହି ଘୋଷଣା ଫଳରେ କାର ଓ ହୋମ ଲୋନ ଆହୁରି ମହଙ୍ଗା ହେବ । ଆଜିର ଏହି ଘୋଷଣା ପରେ ରେପୋ ରେଟ୍ ଏବେ ୬.୨୫ରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚି ଯାଇଛି । ଅର୍ଥାତ ହୋମ ଲୋନଠାରୁ ଆରମ୍ଭ କରି ଅଟୋ ଓ ପର୍ସନାଲ ଲୋନ ସବୁକିଛି ଏବେ ମହଙ୍ଗା ହୋଇଯିବ । ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଇଏମଆଇ ଭରିବାକୁ ପଡ଼ିବ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….