Report Card Odisha

| Daily Odia News

ବଢିବ ଗହମ ରପ୍ତାନି କଟକଣା ଅବଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗହମ ରପ୍ତାନି ଉପରେ ସରକାର ଲଗାଇଥିବା କଟକଣା ଅବଧି ବୃଦ୍ଧି କରାଯିବ । ଦେଶ ଭିତରେ ଗହମ ଦାମ୍‌କୁ କମ୍ ରଖିବା ଏବଂ ଯୋଗାଣ ଅବ୍ୟାହତ ରଖିବା ଲାଗି ସରକାର ଚାହୁଛନ୍ତି। ବର୍ତ୍ତମାନ ଏହି ଶସ୍ୟର ରପ୍ତାନି ଉପରେ ଯେଉଁ କଟକଣା ଲାଗିଛି ତାହାକୁ ଆସନ୍ତା ଏପ୍ରିଲ୍‌ରେ ସମୀକ୍ଷା କରାଯିବ। ୨୦୨୪ ମଧ୍ୟ ଭାଗ ସୁଦ୍ଧା ଏହି କଟକଣା ପ୍ରତ୍ୟାହାର ହେବାର କମ୍ ସମ୍ଭାବନା ଥିବା କୁହାଯାଉଛି। ଗତବର୍ଷ ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହି ଦୁଇ ଦେଶରୁ ଗହମ ରପ୍ତାନି ପ୍ରଭାବିତ ହେବାରୁ ବିଶ୍ବର ଅନ୍ୟ ଯେଉଁ ଦେଶରେ ଗହମ ଥିଲା ତାହାର ଚାହିଦା ବିଶ୍ବ ବଜାରରେ ବଢ଼ିଥିଲା। ବିଶ୍ବର ସର୍ବବୃହତ ଗହମ ଉତ୍ପାଦନକାରୀ ଭାରତର ଗହଣା ନେବାକୁ ମଧ୍ୟ ବିଭିନ୍ନ ଦେଶ ଭିତରେ ପ୍ରତିଯୋଗିତା ଚାଲିଥିଲା। ବ୍ୟବସାୟୀମାନେ ଅଧିକ ଗହଣ ରପ୍ତାନି କରି ଲାଭ ହାସଲ କରିବାରୁ ଦେଶ ଭିତରେ ତାହାର ଅଭାବ ସୃଷ୍ଟି ହୋଇଥିଲା। ଦରଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ସରକାର ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ।

 

Breaking News