ରିପୋର୍ଟ କାର୍ଡ / ବ୍ରହ୍ମପୁର
ଗଞ୍ଜେଇ ଯାଞ୍ଚ ବେଳେ ୧୮ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଟଙ୍କା ଯାଜପୁର ଜିଲ୍ଲାର ସଞ୍ଜୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ଚାଲଣ ଯାଞ୍ଚ ଚାଲିଥିଲା । ଏହି ସମୟରେ ଏକ ବସ ମଧ୍ୟରୁ ୧୮ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା । ଏହି ଟଙ୍କା ଯାଜପୁର ଜିଲ୍ଲା ଗୋବିନ୍ଦପୁର ଗ୍ରାମର ସଞ୍ଜୟ ସାହୁଙ୍କର ବୋଲି ତଦନ୍ତରୁ ଜଣାପଡିଥିଲା । ସେ ଜଣେ କାଜୁ ବ୍ୟବସାୟୀ । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନାଯୋଗ୍ୟ , ପଶ୍ଚିମଓଡିଶାରୁ ଅନେକ ସମୟରେ ଗଞ୍ଜେଇ ଚୋରା ଚାଲଣ ହୁଏ । ବ୍ରହ୍ମପୁର ରାସ୍ତା ଦେଇ ଏହି ଚୋରା ଚାଲାଣ ଗାଡି ଯାତାୟାତ କରୁଥିବାରୁ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା ।






More Stories
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..