ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ନିକଟସ୍ଥ ବୁଦ୍ଧ ମନ୍ଦିର ସଭାଗୃହରେ ସର୍ବ ବ୍ରାହ୍ମଣ ମହାସଭା | ଓଡ଼ିଶା ପ୍ରଦେଶ ଶାଖାର ପ୍ରଥମ ଉଦଘାଟନ ସମ୍ମିଳନୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସୁରେଶ ମିଶ୍ର ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଉଛନ୍ତି | ଉତ୍ତରାଖଣ୍ଡ ପ୍ରଦେଶ ଶାଖା ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର ପରାଶର, ପ୍ରଫୁଲ୍ଲ କୁମାର ମିଶ୍ର, ପଣ୍ଡିତ ଶ୍ରୀ ମାତୃପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଉଥିବା ବେଳେ ଶ୍ରୀ ମନୋରଞ୍ଜନ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେବେ। ଏହି ସଭାକୁ ଓଡ଼ିଶା ପ୍ରଦେଶ ଶାଖା ସଭାପତି ଇଂ.ରବିନାରାୟଣ ମହାପାତ୍ର ପୈ।ରେହିତ୍ୟ କରିବେ | ରାଷ୍ଟ୍ରୀୟ ସଂଯୋଜକ ସନ୍ତୋଷ କୁମାର ମିଶ୍ର ଓ ରାଜ୍ୟ ଶାଖା ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ପରିଚାଳନା କରିବେ। ରାଜ୍ୟର ସମସ୍ତ ବର୍ଗର ବ୍ରାହ୍ମଣ ସମାଜ ତଥା ବ୍ୟକ୍ତି ବିଶେଷଙ୍କୁ ଏହି ସଭାକୁ ନିମନ୍ତ୍ରଣ କରାଯାଇଛି ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..