ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶିକ୍ଷା ଓ ସମାଜ ସେବା ସହ କଳା, ସଂସ୍କୃତି କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଅଗ୍ରଣୀ ସମାଜିକ ଓ ସାଂସ୍କତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭେରୁଣିଆ ଗୌରବ ସମ୍ମାନ – ୨୦୨୩ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ପଲ୍ଲୀଶ୍ରୀ ଯୁବକ ସଂଘ, ଭେରୁଣିଆ, ପରଜଙ୍ଗ, ଢେଙ୍କାନାଳ ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ବ୍ଲକର ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ସରପଞ୍ଚ ଜୟନ୍ତୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଡ. ପ୍ରକାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉକି ଡ. ପ୍ରକାଶ ୧୯୯୪ ମସିହାରୁ ଶିକ୍ଷା ସମାଜସେବା, କଳା ସଂସ୍କୃତିର ଉନ୍ନତି କ୍ଷେତ୍ରକୁ ତଥା ବହୁବିଧ ଜନକଲ୍ୟାଣ କାର୍ଯ୍ୟକ୍ରମ ବିଶେଷ କରି ୨୭ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଦୁଇଟି ନାଟକ ପରିବେଷଣ କରି ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଯାତ୍ରା ସଂସ୍କୃତିର ପ୍ରଚାର ପ୍ରସାର ତଥା ଜନମାନସରେ ଏହାର ପ୍ରତିଫଳନ ସୃଷ୍ଟି କରିପାରିଛନ୍ତି । ସମ୍ବର୍ଦ୍ଧନାର ଉତ୍ତରରେ ଡ.ପ୍ରକାଶ ଗାଁ ମାଟି ବାସ୍ନାର ତୁଳନା ନାହିଁ ଏବଂ ଏହା ସୁଯୋଗ୍ୟ ସନ୍ତାନ ଗଢି ତୋଳିବାରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ, ଅନୁଷ୍ଠାନର ଉପଦେଷ୍ଟା ତଥା ସଂଘର ସାସ୍କୃତିକ ସମ୍ପାଦକ ବଟକୃଷ୍ଣ ପଣ୍ଡା, ଅଧ୍ୟକ୍ଷ ବିଜନ ପଣ୍ଡା, ସଭାପତି ସୌମ୍ୟ ରଞ୍ଜନ ପଣ୍ଡା, ସମ୍ପାଦକ ଶୁଭାଶିଷ ପଣ୍ଡା ପମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ରାଜ୍ୟର ସୁନାମଧନ୍ୟ ଗାୟିକା ଅସୀମା ପଣ୍ଡା ଏବଂ ସାଥି ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡ.ପ୍ରକାଶଙ୍କର ଏହି ସର୍ବଜନାଦୃତ ସଫଳତାରେ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..