ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇ ଦୁର୍ଦଶା ଭୋଗୁ ଥିବା ବେଳେ ସିରିୟା ଉପରେ କ୍ଷେପଣାସ୍ତ୍ର ମାଡ ହୋଇଛି। ସିରିୟା ରାଜଧାନୀ ଦମାସ୍କସ୍ର ଜନବସତି ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଏଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। କ୍ଷେପଣାସ୍ତ୍ର ମାଡରେ ସିରିୟାର ଏକ ୧୦ମହଲା କୋଠା ଧ୍ବଂସ ପାଇଛି। ସିରିୟା ମାନବାଧିକାର ଅନୁଧ୍ୟାନକାରୀ ସଂଗଠନ କହିଛି ଯେ ଇସ୍ରାଏଲର କ୍ଷେପଣାସ୍ତ୍ରଟି ସିରିୟା ସାଂସ୍କୃତିକ କେନ୍ଦ୍ର ନିକଟରେ ବିସ୍ଫୋରଣ ହୋଇଛି। ୨୦୧୧ରୁ ସିରିୟା ସହିତ ଯୁଦ୍ଧ ଆରମ୍ଭରୁ ଇସ୍ରାଏଲ ବର୍ତ୍ତମାନ ସୁଦ୍ଧା ଶତାଧିକ କ୍ଷେପଣାସ୍ତ୍ର ମାଡ କଲାଣି। ସିରିୟାର ସାମରିକ ଓ ସୁରକ୍ଷା ପ୍ରତିଷ୍ଠାନଗୁଡିକୁ ଟାର୍ଗେଟ କରି ଇରାନ କ୍ଷେପଣାସ୍ତ୍ର ମାଡ କରିଆସୁଛି। ମାତ୍ର ପ୍ରଥମ କରି ସାଧାରଣ ଜନବସତି ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ରବିବାର ହୋଇଥିବା କ୍ଷେପଣାସ୍ତ୍ର ମାଡରେ ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ଜଣ ସାଧାରଣ ଜନତାଙ୍କର ମୃତ୍ୟୁ ହୋଇଛି। ସିରିୟା ରାଷ୍ଟ୍ରପତି ବାସର ଅଲ ଅସଦ ଇରାନ ଠାରୁ ସହାୟତା ନେଉଛନ୍ତି। ଏହା ସହିତ ହେଜବୋଲ୍ଲା ସଂଗଠନ ଠାରୁ ସାମରିକ ସହାୟତା ମଧ୍ୟ ନେଉଛନ୍ତି। ଇରାନ ଓ ହେଜବୋଲ୍ଲା ସଂଗଠନ ଇରାନର ଶତ୍ରୁ ହୋଇଥିବାରୁ ଏମାନଙ୍କୁ ସିରିୟାରେ ପ୍ରଶ୍ରୟ ଦେବାକୁ ଇସ୍ରାଏଲ ଚାହଁୁ ନାହିଁ। ଇସ୍ରାଏଲ କହିଛି ଯେ ଏହା କେବେହେଲେ ଇରାନକୁ ନିଜ ସୀମାରେ ପ୍ରଭାବ ବିସ୍ତାର କରିବାକୁ ଦେବ ନାହିଁ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..