Report Card Odisha

| Daily Odia News

ଲୋକଙ୍କୁ ସ୍ୱପ୍ନ ଦେଖାଇଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରି ପ୍ରତିକ୍ରିୟା ବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ହେବ। ରବିବାର ପଦ୍ମପୁର ଗସ୍ତ ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ଦିନ ଧରି ପଦ୍ମପୁର ଜିଲ୍ଲା ମାନ୍ୟତା ନେଇ ଦାବି ରହିଛିା ଏନେଇ ସରକାର କାର୍ଯ୍ୟ କରୁଛନ୍ତି, ଆଗାମୀ ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଖାଲି ଏତିକି ନୁହେଁ ଏହି ଅବସରରେ ନାଁ ନନେଇ କେନ୍ଦ୍ରମନ୍ତ୍ରୀମାନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ନବୀନ। ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରିଥିଲେ। ରେଲୱେ ପ୍ରକଳ୍ପ ଓ କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲୋ ପ୍ରଭୁ ନୃସିଂହନାଥଙ୍କୁ ପ୍ରାର୍ଥନା କରୁଛି, ସେସବୁ ପ୍ରତିଶ୍ରୁତି କେନ୍ଦ୍ରମନ୍ତ୍ରୀମାନଙ୍କୁ ମନେ ପକାଇ ଦିଅନ୍ତୁ ବୋଲି ଦୋହରାଇଛନ୍ତି ନବୀନ। ଆଜି ଝାରବନ୍ଧ ପରେ ପାଇକମାଲ ଓ ପଦ୍ମପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀା ଉପନିର୍ବାଚନ ସରିବାର ଅଢ଼େଇ ମାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ମୁଖ୍ୟମନ୍ତ୍ରୀ ପାଇକମାଳରେ ମିଶନ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଚେକ୍ ପ୍ରଦାନ କରିଥିଲେ। କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର୍, ରାସ୍ତା, ବ୍ରିଜ, କଲ୍‌ଭଟ, ପାନୀୟ ଜଳ ପ୍ରକଳ୍ପ, ସ୍କୁଲ୍ ବିଲ୍ଡିଂ, ଖେଳ ପଡିଆ, ପାର୍କ, ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟୁତ୍ ସଂଯୋଗିକରଣ, ମନ୍ଦିର ଉନ୍ନତିକରଣ, ପରିମଳ ବ୍ୟବସ୍ଥା, ଲିଫ୍ଟ ପଏଣ୍ଟ, ବଜାର ପ୍ରାଙ୍ଗଣ ଉନ୍ନତିକରଣ ଆଦି ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଇଥିଲେ। ପାଇକମାଳ ବ୍ଲକରେ ୬୪୮ଟି ପ୍ରକଳ୍ପ ପାଇଁ ୨୯ କୋଟି ୩୩ ଲକ୍ଷ ୫୬ ହଜାର ଟଙ୍କା, ଝାରବନ୍ଧ ବ୍ଲକରେ ୩୩୦ଟି ପ୍ରକଳ୍ପ ପାଇଁ ୯୦ କୋଟି ୨୪ ଲକ୍ଷ ୯୯ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଛି। ଅର୍ଥାତ୍ ପଦ୍ମପୁର ବିଧାନସଭା ପାଇଁ ମୋଟ ୧୭୦୦ଟି ପ୍ରକଳ୍ପ ପାଇଁ ସର୍ବମୋଟ ୧୫୦ କୋଟି ୫୮ ଲକ୍ଷ ୫୫ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇକମାଳ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରୀତା ସାହୁ, ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

Breaking News