Report Card Odisha

| Daily Odia News

ବ୍ୟବହାର ହେବନି ଗର୍ଭ ନିରୋଧକ ଔଷଧ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ ସରକାର ମହିଳାଙ୍କ ଉପରେ ଆଉ ପଦକ୍ଷେପ ନେଇଛି। ଗର୍ଭ ନିରୋଧକ ଔଷଧ ବିକ୍ରି ଉପରେ ‌ରୋକ ଲଗାଇଛି। ଘର ଘର ବୁଲି ମହିଳାମାନଙ୍କୁ ଜନ୍ମ ନିୟନ୍ତ୍ରଣ ଔଷଧ ବ୍ୟବହାର ନକରିବାକୁ ଓ ଔଷଧ ଦୋକାନ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏହି ଔଷଧ ବିକ୍ରି କରେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ‘ଦ ଗାର୍ଡ଼ିଆନ’ ଏହା ଉଲ୍ଲେଖ କରିଥିବା ଇଣ୍ଡିଆ ଟୁଡେ ପ୍ରକାଶ କରିଛି। ଏଣିକି ଏହି ଔଷଧ ଆଉ ଆଫଗାନିସ୍ତାନରେ ବିକ୍ରି ହେବନି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଆଫଗାନିସ୍ତାନରେ ମହିଳାଙ୍କ ସ୍ବାଧୀନତାକୁ ଦୁର୍ବଳ କରିବା ପାଇଁ ତାଲିବାନ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବାରେ ଲାଗିଛି। ପ୍ରଥମେ ଉଚ୍ଚ ଶିକ୍ଷା ପାଇଁ ବାଳିକାମାନଙ୍କୁ ବାରଣ କରିଥିବାବେଳେ ବିଶ୍ବବିଦ୍ୟାଳୟଗୁଡିକୁ ମହିଳାଙ୍କୁ ନଯିବା ପାଇଁ ନିୟମ ପ୍ରଣୟନ କରିଛି। ଏଥି ସହିତ ମହିଳାମାନେ କୌଣସି ଅନୁଷ୍ଠାନରେ କାମ ନକରିବାକୁ କହିଛି। ମହିଳାମାନଙ୍କୁ ସେମାନଙ୍କ ଘର ଛଡ଼ା ବାହାରେ ବୁଲାବୁଲି ନକରିବାକୁ କୁହାଯାଇଛି। ବର୍ତ୍ତମାନ ଗର୍ଭ ନିରୋଧକ ଔଷଧ ବିକ୍ରି କରିବା ଉପରେ ରୋକ ଲଗାଇ କାବୁଲ ସହରର ବିଭିନ୍ନ ଔଷଧଦୋକାନ ବୁଲି ବୁଲି ତାଲିବାନମାନେ ଉକ୍ତ ଔଷଧ କେଉଁଠି ବକ୍ରି ହେଉଛି ତାହାର ଯାଞ୍ଚ କରୁଛନ୍ତି। ଏହା ଦ୍ବାରା ମହିଳାଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି ବୋଲି ଆଫଗାନ ଜନ୍ମିତ ଇଂଲଣ୍ଡରେ କାମ କରୁଥିବା ସବନମ ନାସିମ ନାମକ ଜଣେ ସାମାଜିକ କର୍ମୀ ପ୍ରକାଶ କରିଛନ୍ତି।

Breaking News