ରିପୋର୍ଟ କାର୍ଡ / ପାଟଣା
ଯାଞ୍ଚ ବେଳେ ମୋବାଇଲ୍ ଫୋନ୍ ଗିଳି ପକାଇଲେ କଏଦୀ | ଏଭଳି ଘଟଣା ସାମ୍ନାକୁ ଆସିଛି ବିହାର ଗୋପାଳଗଞ୍ଜ ଜିଲ୍ଲା କାରାଗାରରୁ | ଯାଞ୍ଚ ଚାଲିଥିବା ବେଳେ ଜେଲ୍ ଅଧିକାରୀଙ୍କଦ୍ବାରା ଧରାପଡ଼ିଯିବା ଭୟରେ ଜଣେ କଏଦୀ ଗୋଟାଏ ମୋବାଇଲ୍ ଫୋନ୍ ଗିଳିପକାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ, ଶନିବାର ଦିନ ଜେଲ୍ରେ ଯାଞ୍ଚ ଚାଲିଥିବା ବେଳେ କାଇଶର୍ ଅଲି ନାମରେ ଉକ୍ତ କଏଦୀଜଣକ ମୋବାଇଲ୍ ଫୋନ୍ଟିଏ ଗିଳି ପକାଇଥିଲେ। ରବିବାର ଦିନ ଅଲିଙ୍କର ଭୀଷଣ ପେଟ ବ୍ୟଥା ହେବାରୁ କଥାଟି ଲୋକ ଲୋଚନକୁ ଆସିଥିଲା। କଏଦୀମାନେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇବାରୁ ତୁରନ୍ତ ଅଲିଙ୍କୁ ଗୋପାଳଗଞ୍ଜ ଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିଲା। ଏକ୍ସ୍ରେ କରାଯିବା ପରେ ପେଟରେ କିଛି ବାହାର ଜିନିଷ ଥିବା ଜଣାପଡ଼ିଛି। ଆହୁରି ଅଧିକ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ତେଣୁ, ଡାକ୍ତରଖାନା ତରଫରୁ ଏକ ମେଡିକାଲ୍ ବୋର୍ଡ ଗଠନ କରାଯାଇ ଉନ୍ନତ ଚିକିତ୍ସା ନିମନ୍ତେ ଉକ୍ତ କଏଦୀଙ୍କୁ ପାଟନା ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍କୁ ରେଫର୍ କରାଯାଇଛି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..