Report Card Odisha

| Daily Odia News

କନେଷ୍ଟବଳ ସରୋଜ ଟାର୍ଗେଟରେ ଅନୁପ ସାଏ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମନ୍ତ୍ରୀ ନବ ଦାସ ମର୍ଡର କେସ୍‌ର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପାଇଁ ପୋଲିସ ବିଭାଗକୁ ଅପବାଦ ମୁଣ୍ଡାଇଥିବା ବେଳେ ଏବେ ଆଉ ଜଣେ ପୋଲିସ କନେଷ୍ଟବଳଙ୍କ ପାଇଁ ଚିନ୍ତା । ଏହି କନଷ୍ଟେବଳଜଣକ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସ । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ି ଯାଇଛନ୍ତି କନେଷ୍ଟବଳ ସରୋଜ ଦାସ ।  ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ରବିବାର ସନ୍ଧ୍ୟାରେ ଥାନାରେ କାର୍ଯ୍ୟରତ ଥିବା ବେଳେ ସରୋଜ ଦାସ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ଝାରସୁଗୁଡ଼ା ପୋଲିସ ଗୁରୁତର ସହ ନେଇ ତାଙ୍କୁ ତୁରନ୍ତ ବଦଳି କରି ଝାରସୁଗୁଡ଼ା ଆଣିଛି। ସରୋଜଙ୍କ ପାଖରେ ଏବେ ବନ୍ଧୁକ ନ ଥିଲେ ବି ସେ ବନ୍ଧୁକ ଚଳାଇବାରେ ପାରଙ୍ଗମ ବୋଲି ଜଣାଯାଇଛି। ଯେଉଁ ବନ୍ଧୁକଧାରୀ ପୋଲିସ ନିଶାସକ୍ତ ଅବସ୍ଥାରେ ରହୁଥିବେ, ସେମାନଙ୍କ ନିକଟରୁ ବନ୍ଧୁକ ପ୍ରତ୍ୟାହାର କରି ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯିବ ବୋଲି ଝାରସୁଗୁଡ଼ା ପୋଲିସ ଏକ ଅଭିଯାନ ଆରମ୍ଭ କରିଛି ।

Breaking News