ରିପୋର୍ଟ କାର୍ଡ / ରାୟଗଡ଼ା
ଦ୍ରୌପଦୀ ବିଦ୍ୟାପୀଠର ଜଣେ ଛାତ୍ରୀଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୁମୁଡା ଜଗନ୍ନାଥ ମନ୍ଦିର ରାସ୍ତାରେ | ଛାତ୍ରୀ ଜଣକ ଯୁକ୍ତ ୨ କଳା ବିଭାଗରେ ପରୀକ୍ଷା ଦେଇ ଫେରୁଥିଲେ। ଫେରିବା ବେଳେ ଅଜଣା ଯୁବକ ଛୁରାମାଡ କରିଥିଲେ | ଛାତ୍ରୀଙ୍କର ବେକରେ ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଯୁବକଙ୍କୁ ସ୍ଥାନୀୟ କିଛି ଲୋକ ଧରି ପୋଲିସ ଜିମାରେ ଦେଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ କାରଣରୁ ଯୁବକ ଏଭଳି କାଣ୍ଡ ଭିଆଇଛି ଜଣାପଡି ନାହିଁ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……