ରିପୋର୍ଟ କାର୍ଡ / ରାୟଗଡ଼ା
ଦ୍ରୌପଦୀ ବିଦ୍ୟାପୀଠର ଜଣେ ଛାତ୍ରୀଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୁମୁଡା ଜଗନ୍ନାଥ ମନ୍ଦିର ରାସ୍ତାରେ | ଛାତ୍ରୀ ଜଣକ ଯୁକ୍ତ ୨ କଳା ବିଭାଗରେ ପରୀକ୍ଷା ଦେଇ ଫେରୁଥିଲେ। ଫେରିବା ବେଳେ ଅଜଣା ଯୁବକ ଛୁରାମାଡ କରିଥିଲେ | ଛାତ୍ରୀଙ୍କର ବେକରେ ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଯୁବକଙ୍କୁ ସ୍ଥାନୀୟ କିଛି ଲୋକ ଧରି ପୋଲିସ ଜିମାରେ ଦେଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ କାରଣରୁ ଯୁବକ ଏଭଳି କାଣ୍ଡ ଭିଆଇଛି ଜଣାପଡି ନାହିଁ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..