Report Card Odisha

| Daily Odia News

ବନ୍ଦହେବ ନେତାଙ୍କ ପେନସନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜରୁରୀକାଳୀନ ସମୟରେ ଜେଲ ଯାଇଥିବା ନେତାମାନେ ପେନସନ ପାଇପାରିବେ ନାହିଁ। ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ଲୋକତନ୍ତ୍ର ପ୍ରହରୀ ସାମ୍ମାନ ଅଧିନିୟମ ୨୦୨୧ ଏବଂ ହିମାଚଳ ପ୍ରଦେଶ ଲୋକତନ୍ତ୍ର ପ୍ରହରୀ ସମ୍ମାନ ନିୟମ ୨୦୨୨ ରଦ୍ଦ କରିବାକୁ ଅନୁମୋଦନ ମିଳିଛି । ଏହାପୂର୍ବରୁ ୨୦୨୨ ମସିହାରେ ତତ୍କାଳୀନ ବିଜେପି ସରକାର ଜରୁରୀକାଳୀନ ସମୟରେ ଜେଲକୁ ଯାଇଥିବା ନେତାମାନଙ୍କୁ ପେନ୍ସନ୍ ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ। ଯାହାଦ୍ବାରା ରାଜ୍ୟର ପ୍ରାୟ ୭୦୦ ନେତାଙ୍କୁ ଦିଆଯାଉଥିଲା । ୧୫ ଦିନ ଜେଲରେ ଥିବା ନେତାମାନେ ୧୨ ହଜାର ଟଙ୍କା ପାଉ ଥିବାବେଳେ, ୧୫ ଦିନରୁ ଅଧିକ ଜେଲରେ ଥିବା ନେତାମାନଙ୍କୁ ୨୦ ହଜାର ଟଙ୍କା ଦିଆଯାଉଥିଲା । ହିମାଚଳ ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନରେ ଜ୍ୱାଳାମୁଖୀର ବିଧାୟକ ସଞ୍ଜୟ ରତନ ଲୋକତନ୍ତ୍ର ପ୍ରହରୀ ସମ୍ମାନ୍ ଯୋଜନାକୁ ରଦ୍ଦ କରିବାକୁ ଗୃହରେ ଦାବି କରିଥିଲେ। ଜରୁରୀକାଳୀନ ସମୟରେ ଜେଲ ଯାଇଥିବା ନେତାମାନଙ୍କୁ ପେନସନ ଦେବା ଭୁଲ ବୋଲି ସେ କହିଥିଲେ। ବିଧାୟକ ସଞ୍ଜୟ ରତନଙ୍କ ପିତା ସୁଶୀଲ ରତନ ମଧ୍ୟ ଦେଶର ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ଥିଲେ । ବୈଠକ ପରେ କ୍ୟାବିନେଟ ମନ୍ତ୍ରୀ ଜଗତ ସିଂ ନେଗୀ କହିଛନ୍ତି ଯେ ବିଜେପି ସରକାର ସମୟରେ ଜରୁରୀକାଳୀନ ପରିସ୍ଥିତିରେ ଜେଲକୁ ଯାଇଥିବା ନେତାମାନଙ୍କୁ ପେନସନ ଦେବା ନିଷ୍ପତ୍ତି ଭୁଲ ଥିଲା । କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି ଯେ ଏବେବି ଦେଶରେ ଜରୁରୀକାଳୀନ ପରିସ୍ଥିତି ଭଳି ସମୟ ଚାଲିଛି ।

Breaking News