ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ରକ୍ ପଛପଟୁ ପିଟିଲା ବସ୍| ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ହରିୟାଣାର ଆମ୍ବଲା ନିକଟରେ ଯମୁନାନଗର-ପଞ୍ଚକୁଲା ହାଇୱେରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଶୁକ୍ରବାର ଶାହଜାଦପୁର ପୁଲିସ ଷ୍ଟେସନ ଅଧିନରେ ଏହି ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ଯାତ୍ରୀମାନଙ୍କୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି। ଶାହଜାଦପୁର ପୁଲିସ ଷ୍ଟେସନ ଅଧିକାରୀ ବିରବହନ କହିଛନ୍ତି ଯେ, ଏକ ଲୋଡ଼ ହୋଇଥିବା ଟ୍ରେଲର ଟ୍ରକ୍ ପଛପଟେ ବସ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..