Report Card Odisha

| Daily Odia News

ଢାକା ବିସ୍ଫୋରଣରେ ୧୬ ମୃତ୍ୟୁ,୧୨୦ଗୁରୁତର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଂଲାଦେଶ ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଥିବା ଏକ ବହୁତଳ କୋଠାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ୧୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ-ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଅଗ୍ନିଶମ ବିଭାଗର ୧୧ଟି ଗାଡି ନିଆଁ ଲିଭା ସହିତ ଉଦ୍ଧାର କାର୍ଯ୍ୟ କରିଥିଲେ। ଗୁରୁତରମାନଙ୍କୁ ଢ଼ାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୨୦ ଲୋକ ଏହି ବିସ୍ଫୋରଣରେ ଘାଇଲା ହୋଇଥିବା ମେଡିକାଲର ନିର୍ଦ୍ଦେଶକ ବ୍ରିଗେଡିୟର ଜେନେରାଲ ମହମ୍ମଦ ନଜମୁଲ ହକ୍କ କହିଛନ୍ତି। ଢ଼ାକା ମେଟ୍ରୋଲପଲିଟାନ ପୋଲିସ ଅତିରିକ୍ତ କମିଶନର ହାଫିଜ ଆକତେର କହିଛନ୍ତି ଯେ, ଘଟଣା ପରେ ତତକ୍ଷଣାତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଉକ୍ତ କୋଠାଟି ଜନଗହଳିପୂର୍ଣ୍ଣ ସିଦ୍ଦିକ ବଜାର ଅଞ୍ଚଳରେ ଥିବାବେଳେ ଏହି କୋଠାରେ ଗୁଡିଏ ଅଫିସ ଏବଂ ଦୋକାନ ରହିଛି। କୋଠାର ତଳ ମହଲାରେ ସାନିଟେସନ ମେଟେରିଆଲ ବିକ୍ରି କରୁଥିବା ଏକ ଷ୍ଟୋରରେ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଏତେ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Breaking News