ରିପୋର୍ଟ କାର୍ଡ / ମାଲକାନଗିର
ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମାରେ ନକ୍ସଲମାନେ ବର୍ବର ହତ୍ୟାକାଣ୍ଡ ଘଟାଇଛନ୍ତି। ଜଣେ ସରପଞ୍ଚଙ୍କୁ ନକ୍ସଲମାନେ ଗୁଳିକରି ହତ୍ୟା କରିଛନ୍ତି। ମୃତ ସରପଞ୍ଚ ଜଣଙ୍କ ହେଲେ ପୁନେମ୍ ସନ୍ତ୍ରା । ସେ ପୋଙ୍ଗାଭେଜି ପଞ୍ଚାୟତରେ ସରପଞ୍ଚ ଥିଲେ। ସୂଚନା ଅନୁସାରେ-ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ପୁନେମ୍ଙ୍କୁ ଘରୁ ଆସି ଡାକି ନେଇଥିଲେ। ପରେ ତାଙ୍କୁ ରାବଡିପାରା ଜଙ୍ଗଲରେ ଗୁଳି କରି ହତ୍ୟା କରିଥିଲେ। ଆଜି ସକାଳେ ପୁନେମ୍ଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପୁନେମ୍ ପୋଲିସ ଓ ପ୍ରଶାସନକୁ ସହଯୋଗ କରୁଥିବାରୁ ନକ୍ସଲମାନେ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି।






More Stories
୨୪ ରେ ବାରବାଟୀ ଟି-୨୦……
ଦୁଇ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ…..
ବଢ଼ିବନି ବିଧାୟକଙ୍କ ଦରମା !…..