ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହୋଲି ଉତ୍ସବରେ ଦେଶ ପାଇଁ ଧ୍ୟାନ ଓ ପ୍ରାର୍ଥନା କରିବେ ବୋଲି ଘୋଷଣା କରିଛନ୍ତି । ଆପର ଦୁଇ ଶୀର୍ଷ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ଘଟଣାକୁ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର ଏକ ଭିଡିଓ ବାର୍ତ୍ତାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଦେଶର ସ୍ଥିତିକୁ ନେଇ ଚିନ୍ତିତ। ସରକାରୀ ସ୍କୁଲ ଓ ହସ୍ପିଟାଲର ଅବସ୍ଥା ଖରାପ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ଏହି ସରକାରୀ ସ୍କୁଲ ଓ ହସ୍ପିଟାଲକୁ ଉନ୍ନତ କରିଥିବା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଜେଲରେ ଅଛନ୍ତି । ଯେଉଁ ଦେଶରେ ପ୍ରଧାନମନ୍ତ୍ରୀ ଉତ୍ତମ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଉଥିବା ଲୋକଙ୍କୁ ଜେଲରେ ରଖନ୍ତି ଏବଂ ଦେଶକୁ ଲୁଟ୍ କରିଥିବା ଲୋକଙ୍କୁ ସାହାଯ୍ୟ କରନ୍ତି ତାହା ଚିନ୍ତାଜନକ। ହୋଲିରେ ଦେଶ ପାଇଁ ପ୍ରାର୍ଥନା କରିବି। ଯଦି ଆପଣ ବି ଭାବୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଭୁଲ କରୁଛନ୍ତି ଏବଂ ଆପଣ ମଧ୍ୟ ଦେଶ ପାଇଁ ଚିନ୍ତିତ ଅଛନ୍ତି, ତେବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ହୋଲି ପାଳନ କରିବା ପରେ ଦୟାକରି ଦେଶ ପାଇଁ ପ୍ରାର୍ଥନା କରିବାକୁ ସମୟ ନିଅନ୍ତୁ । କେଜ୍ରିୱାଲ କହିଛନ୍ତି ଯେ ମନୀଷ ସିସୋଦିଆ କିମ୍ବା ସତ୍ୟେନ୍ଦ୍ର ଜୈନଙ୍କ ବିଷୟରେ ସେ ଚିନ୍ତିତ ନୁହଁନ୍ତି କାରଣ ସେମାନେ “ସାହସୀ”। “ସେମାନେ ବହୁତ ସାହସୀ ଅଟନ୍ତି । ସେମାନେ ଦେଶ ପାଇଁ ନିଜ ଜୀବନ ଦେଇପାରିବେ। ସେମାନଙ୍କ ସଂକଳ୍ପକୁ କେହି ଭାଙ୍ଗିପାରିବେ ନାହିଁ ।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..