ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରାଚ୍ୟ ରାଷ୍ଟ୍ର ୟେମେନର ଦକ୍ଷିଣ ପୂର୍ବରେ ଥିବା ହଦିଦାହ ସହର ନିକଟ ଲୋହିତ ସାଗରରେ ବୁଧବାର ବିବାହ ଶୋଭାଯାତ୍ରା ନେଇ ଯାଉଥିବା ଏକ ଡଙ୍ଗା ବୁଡି ୨୧ଜଣଙ୍କ ମୃତ୍ୟୁ ହୋଇଯାଇଛି। କମରନ ଦ୍ବୀପରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆଲୁହେୟା ଗ୍ରାମର ୨୭ ଜଣ ଡଙ୍ଗାରେ ବସି ଯାଉଥିଲା ବେଳେ ଏହି ଅଘଟଣ ଘଟିଛି। ଲୋହିତ ସାଗରରେ ଉକ୍ତ ଡଙ୍ଗା ଯାଉଥିବାବେଳେ ହଦିଦାହ ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବରପାଇ ସ୍ଥାନୀୟ ତଟରକ୍ଷୀ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଉକ୍ତ ଘଟଣାରେ ୧୨ ମହିଳା, ୨ ପୁରୁଷ ଓ ୭ ବାଳକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ନିଜ ଜୀବନ ସହ ଯୁଝୁଥିବା ଆଉ ୬ଜଣଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଝଡ଼ତୋଫାନ ଯୋଗୁ ଏହି ଡଙ୍ଗାଟି ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।
More Stories
ମହଙ୍ଗା ହେଲା ଘରୋଇ ଗ୍ୟାସ୍ ସିଲିଣ୍ଡର…..
ଭାରତୀୟ ସେୟାର ବଜାରରେ ଧରଣର ହ୍ରାସ….
ପମ୍ବନ ସେତୁ ଉଦ୍ଘାଟିତ କଲେ ପ୍ରଧାନମନ୍ତ୍ରୀ ମୋଦୀ…..