ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ରେ ରାଜ୍ୟ ବିଧାନସଭା ନିର୍ବାଚନ ହେବ। ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜୁ ଜନତା ଦଳ କିଛି ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛି । ଦଳର ଲିଗାଲ ଫ୍ରଣ୍ଟରେ କିଛିଟା ପରିବର୍ତ୍ତନ କରାଯାଇଛି । ରାଜ୍ୟର ୫ଟି ଜିଲ୍ଲାରେ ଲିଗାଲ ଫ୍ରଣ୍ଟ ସଭାପତିଙ୍କୁ ନିଯୁକ୍ତି ମିଳିଛି । ନୟାଗଡ଼ ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ନିରଞ୍ଜନ ମିଶ୍ର, ଗଜପତି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ପନ୍ତଲାଲ ପ୍ରସାଦ ରାଓ, କଳାହାଣ୍ଡି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ହରଜିନ୍ଦର ସିଂ, କଟକ ଜିଲ୍ଲା ଲିଗାଲ ଫ୍ରଣ୍ଟ ଉପସଭାପତି ଭାବେ ବଂଶୀଧର ଶତପଥୀ ଓ ଲିଗାଲ ଫ୍ରଣ୍ଟ ଗଣମାଧ୍ୟମ ସଂଯୋଜକ ଭାବେ ଅମିତାଭ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏ ନେଇ ସୂଚନା ଦେଇଛନ୍ତି ।






More Stories
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ନୂଆ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର…..
ମୌସୁମି ଆସିବାକୁ ନେବ ଆଉ ଦୁଇଦିନ ଅଧିକ…..