Report Card Odisha

| Daily Odia News

ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ଚିନ୍ତା ବଢ଼ାଉଛି ଇନ୍ଫ୍ଲୁଏଞ୍ଜା ଏଚ୍୩ଏନ୍୨।ଚିହ୍ନଟ ହେଲେଣି ୫୯ ରୋଗୀ। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ଅଯଥା ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ। ଡାକ୍ତରଙ୍କ ବିନା ପରାମର୍ଶରେ ଅଯଥା ଆଣ୍ଟିବାୟୋଟିକ ଓ଼ ଷ୍ଟେରଏଡ଼ ଖାଆନ୍ତୁ ନାହିଁ। ସିମଟମ ବଢ଼ୁଥିବାରୁ ଆଇ ଏଲ ଏସ ସର୍ଭିଲାନ୍ସ ବଢ଼ାଯିବ। କୋଭିଡ ଓ଼ ଏଚ୍୩ଏନ୍ ଭାଇରସର ଲକ୍ଷଣ ସମାନ। ତେଣୁ କୋଭିଡ ନେଗେଟିଭ ଥିଲେ ସାମ୍ପୁଲ କଲେକ୍ଟ କରି ପଠାଯିବାକୁ କୁହାଯାଇଛି। ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରନ୍ତୁ ଏବଂ ନିଜକୁ ଆଇସୋଲେଟ କରନ୍ତୁ। ଆତଙ୍କିତ ହେବାର ଆଵଶ୍ୟକତା ନାହିଁ।ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି। ଏଣେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେଉଁମାନଙ୍କର ଥଣ୍ଡା କାଶ ଅଛି, ସେମାନେ କୋଭିଡ ପରୀକ୍ଷା କରନ୍ତୁ। ଏଥିପାଇଁ ଫିଭର କ୍ଲିନିକ୍ ଜାରି ରହିବା ଆବଶ୍ୟକ। ଇନ୍‌ଫ୍ଲୁଏଞ୍ଜା ଏର ପରୀକ୍ଷା ପାଇଁ ସିଡିଏମ୍‌ଓମାନେ ଆରଟି-ପିସିଆର କିଟ୍‌ କିଣିପାରିବେ। ଟେଷ୍ଟ-ଟ୍ରାକ୍-ଟ୍ରିଟ୍‌-ଟିକାକରଣ-କୋଭିଡ ନିୟମାବଳୀ ପାଳନ କରିବା ସହିତ କୋଭିଡ ମାମଲା ଉପରେ ନଜର ରଖିବା ଲାଗି କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ ଦୈନିକ ପ୍ରାୟ ୫ହଜାର କୋଭିଡ ନମୁନା ପରୀକ୍ଷା ହେଉଛି। ଥଣ୍ଡାକାଶ ଥିବା ବ୍ୟକ୍ତିମାନେ କୋଭିଡ ପରୀକ୍ଷା କରିନେବା ଉଚିତ୍। ଇନ୍‌ଫ୍ଲୁଏଞ୍ଜାର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ତେବେ ଏହା ବୟସ୍କ, ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଏଭଳି କୌଣସି ଲକ୍ଷଣ ରହିଛି ତାହାଲେ ସେମାନେ ନିଜକୁ ଅଲଗା ରଖିବା ସହିତ ମାସ୍କ ପିନ୍ଧିବା ଜରୁରୀ। ତେବେ ଇନ୍‌ଫ୍ଲୁଏଞ୍ଜା ଓ କୋଭିଡ ସଂକ୍ରମଣ ଉପରେ ରାଜ୍ୟ ସରକାର ନଜର ରଖିଥିବା ସେ କହିଛନ୍ତି।

 

Breaking News