Report Card Odisha

| Daily Odia News

ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍,୩ ମୃତ,ଜଣେ ଆହତ…..

ରିପୋର୍ଟ କାର୍ଡ / ସୋନପୁର

ସ୍କୁଲ ସାମ୍ନାରେ ୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍। ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର-ବିନିକା ରାସ୍ତା ଶରଧାପାଲି ଛକରେ ଥିବା ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ। ମୃତକମାନେ ଏହି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର, ଜଣେ ଛାତ୍ରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସୋନପୁର ମେଡିକାଲାରେ ପହଞ୍ଚିବା ପରେ ପ୍ରାଣ ହରାଇଥିଲେ। ସେହିପରି ଅନ୍ୟଜଣଙ୍କୁ ସୋନପୁର ମେଡିକାଲରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆହତ ଅନ୍ୟଜଣେ ଛାତ୍ରଙ୍କ ପ୍ରାଥମିକ ଚିକିତ୍ସା ସୁବର୍ଣ୍ଣପୁର ମେଡିକାଲରେ କରାଯିବା ପରେ ଛାଡ଼ି ଦିଆଯାଇଛି।

Breaking News