Report Card Odisha

| Daily Odia News

କଂଗ୍ରେସ ବୈଠକରେ ଯୋଗଦେଲେ ଟିଏମସିର ୨ ସଦସ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭାରୁ ରାହୁଲ୍‌ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରିପ୍ରେକ୍ଷୀରେ ଆଜି ସଂସଦରେ ଆୟୋଜିତ ମିଳିତ ବିରୋଧୀ ଦଳ ବୈଠକରେ ‘ତୃଣମୂଳ କଂଗ୍ରେସ’ର ୨ ସଦସ୍ୟ ଯୋଗ ଦେଇଥିଲେ। ସେ ୨ଜଣ ହେଉଛନ୍ତି ପ୍ରସୂନ ବାନାର୍ଜୀ ଓ ଜବାହର୍‌ ସରକାର। ସୂଚନାଯୋଗ୍ୟ, ‘ବିଜେପି’ ବିରୋଧରେ କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳମାନଙ୍କୁ ଏକତ୍ର କରାଯିବା ଉଦ୍ୟମରୁ ‘ତୃଣମୂଳ କଂଗ୍ରେସ’ ଦୂରେଇ ରହୁଥିଲା। ସେମାନଙ୍କ ଉପସ୍ଥିତିକୁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ଲକ୍ଷ୍ୟ କରି କହିଲେ |ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଗଣତନ୍ତ୍ର ଓ ସମ୍ବିଧାନରକୁ ରକ୍ଷା କରିବା ଲାଗି ଆଗେଇ ଆସୁଥିବା ଯେକୌଣସି ବ୍ୟକ୍ତିବିଶେଷଙ୍କୁ କଂଗ୍ରେସ ସ୍ବାଗତ କରିବ। ଏ କଥାକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଗତକାଲି ବି ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲି ଏବଂ ଆଜି ବି ଧନ୍ୟବାଦ ଜଣାଉଛି ବୋଲି ଖଡ୍‌ଗେ ସାମ୍ବାଦିକମାନଙ୍କୁ କହିଛନ୍ତି। ଏହି ବୈଠକରୁ ଉତ୍ତୋଳନ କରାଯାଇଥିବା ଫଟୋରେ ଦେଖାଯାଉଛି | ରାହୁଲ୍‌ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ନିଷ୍ପତ୍ତି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ଲାଗି ଖଡ୍‌ଗେଙ୍କ ଅଫିସ୍‌ରେ ୧୭ଟି ବିରୋଧୀ ଦଳର ନେତାମାନେ ଏକତ୍ର ହୋଇଛନ୍ତି। ସେଥିରେ କଂଗ୍ରେସର ପ୍ରତିନିଧିତ୍ବ କରୁଥିବା ନେତାମାନେ ‘କଳା ସାର୍ଟ’ ପିନ୍ଧିଛନ୍ତି। ‘ଉପା’ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବି ଏହି ବୈଠକରେ ଉପସ୍ଥିତ ଅଛନ୍ତି। ସେପଟେ, ରାହୁଲ୍‌ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ କରାଯିବା ଓ ଆଦାନି ପ୍ରସଙ୍ଗରେ ବି‌ରୋଧରେ ପ୍ରତିବାଦ କରୁଥିବା ସାଂସଦମାନେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଉପରକୁ ‘ପ୍ଲାକାର୍ଡ’ ଓ କାଗଜପତ୍ର ଫିଙ୍ଗିବାରୁ ବଡ଼ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

Breaking News