ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜନୀତି ଓ ଧର୍ମ ଅଲଗା ହେବା ସହ ରାଜନେତାମାନେ ରାଜନୀତିରେ ଧର୍ମ ବ୍ୟବହାର ବନ୍ଦ କରିବା କ୍ଷଣି ଏଭଳି ଭାଷଣ ଦୂର ହେବ। ଘୃଣା ସୃଷ୍ଟିକାରୀ ଭାଷଣ ସମ୍ପର୍କିତ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କହିଛନ୍ତି | ରାଜନୀତିରେ ଧର୍ମର ବ୍ୟବହାର ବନ୍ଦ ହେଲେ, ଦୂର ହେବ ଘୃଣା ସୃଷ୍ଟିକାରୀ ମନ୍ତବ୍ୟଏଭଳି ଘୃଣା ସୃଷ୍ଟିକାରୀ ଉପାଦାନ ଠାରୁ ଲୋକମାନେ ନିଜକୁ ଦୁରେଇ ରଖିବା ଉଚିତ୍। ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରଥନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣକୁ ଦର୍ଶାଇ କହିଛନ୍ତି ଯେ ଦୁର୍ଗମ ଅଞ୍ଚଳ ତଥା ଦେଶର କୋଣ ଅନୁକୋଣରୁ ଲୋକମାନେ ସେମାନଙ୍କ ଭାଷଣ ଶୁଣିବା ପାଇଁ ଏକାଠି ହେଉଥିଲେ। କେତେ ଲୋକ ଅଦାଲତ ଅବମାନନା ଭଳି କାର୍ଯ୍ୟ ଆରମ୍ଭ କରିପାରିବେ ବୋଲି ପ୍ରଶ୍ନ କରିବା ସହ ଖଣ୍ଡପୀଠ କହିଛନ୍ତି ଯେ ଅନ୍ୟ ନାଗରିକ କିମ୍ବା ସମ୍ପ୍ରଦାୟକୁ ଅପମାନ ନକରିବା ପାଇଁ ଭାରତର ଲୋକମାନେ କାହିଁକି ପ୍ରତିଶ୍ରୁତି ଦେଇ ପାରିବେ ନାହିଁ? କୋର୍ଟ କହିଛନ୍ତି, ଘୃଣ୍ୟ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବାରେ ରାଜ୍ୟଗୁଡିକ ବିଫଳ ହେବାରୁ ମଧ୍ୟ ଏଭଳି ଘଟୁଛି।






More Stories
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..