ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ଏପ୍ରିଲ ୧ରେ ମହଙ୍ଗା ହେବାକୁ ଯାଉଛି ମଦ୍ୟପାନ ଏବଂ ବିୟର । ବର୍ତ୍ତମାନ ସେମାନଙ୍କୁ ଏହା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଏପ୍ରିଲ ୧ ରୁ ଉତ୍ତରପ୍ରଦେଶରେ ମଦ ମହଙ୍ଗା ହେବ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ ଲାଇସେନ୍ସ ଶୁଳ୍କ ଏବଂ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି ହେତୁ ଏହା ହେବାକୁ ଯାଉଛି । ନୂତନ ଆର୍ଥିକ ବର୍ଷ ଆରମ୍ଭରେ, ସମସ୍ତ ଲାଇସେନ୍ସପ୍ରାପ୍ତ ଖୁଚୁରା ଦୋକାନରେ ବିୟର ଏବଂ ଦେଶ ଏବଂ ବିଦେଶୀ ମଦ ମୂଲ୍ୟରେ ବୃଦ୍ଧି ଘଟିବ। ନୂତନ ହାର ଦୁଇ ଦିନ ପରେ କାର୍ଯ୍ୟକାରୀ ହେବ ଅର୍ଥାତ୍ ଏପ୍ରିଲ୍୧ରୁ ନୂତନ ଆର୍ଥିକ ବର୍ଷରେ ଲାଗୁ ହେବ। ଜାନୁଆରୀ ମାସରେ ରାଜ୍ୟ ମନ୍ତ୍ରିମଣ୍ଡଳ ମଦ ଏବଂ ବିୟର ଲାଇସେନ୍ସରେ ୧୦ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଛି | ରାଜ୍ୟ ଯୋଗୀ ଆଦିତ୍ୟନାଥ ସରକାର ନୂତନ ଏକ୍ସାଇଜ୍ ନୀତିକୁ ଅନୁମୋଦନ କରିଛନ୍ତି । ମଦରୁ ସରକାର ସର୍ବାଧିକ ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ପରବର୍ତ୍ତୀ ଆର୍ଥିକ ବର୍ଷରେ ଏଥିରୁ ୪୫ ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହାପୂର୍ବରୁ ଜୁନ୍ ୨୦୨୨ ରେ ରାଜ୍ୟରେ ମଦ ଦର ବୃଦ୍ଧି କରାଯାଇଥିଲା।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..