Report Card Odisha

| Daily Odia News

ଏନଏଚଏଆଇ ଟୋଲ୍‌ ଟିକସ ବୃଦ୍ଧି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏକ୍ସପ୍ରେସ୍ ୱେ ଏବଂ ଜାତୀୟ ରାଜମାର୍ଗରେ ଯାତାୟାତ ମହଙ୍ଗା ହୋଇଛି | ଏନଏଚଏଆଇ ୧ ଏପ୍ରିଲରୁ ଟୋଲ୍‌ ଟିକସ ବୃଦ୍ଧି ଲାଗୁ ହୋଇଛି । ଏବେ ବିଭିନ୍ନ ଶ୍ରେଣୀର ବାହନଙ୍କୁ ପୂର୍ବାପେକ୍ଷା ୫ରୁ ୧୫ ପ୍ରତିଶତ ଅଧିକ ଶୁଳ୍କ ଦେବାକୁ ପଡିବ। ସେହିପରି କମ ଦୂରତା ଲାଗି ୧୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ଏନ୍‌ଏଚ୍ ଓ ଏକ୍ସପ୍ରେସ୍‌ ୱେରେ ଟୋଲ୍‌ ଶୁଳ୍କ ବୃଦ୍ଧି ନେଇ ପୂର୍ବରୁ ଅଧିସୂଚନା ଜାରି ହୋଇଥିଲା। ଏହି ଅଧିସୂଚନା ଅନୁସାରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେରେ ଚାରିଚକିଆ ଯାନ ଲାଗି ଟୋଲ ଟିକସରେ ୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ମୁମ୍ବଇ ଏକ୍ସପ୍ରେସ୍ ୱେ ରେ ଶୁଳ୍କ ୫ ପ୍ରତିଶତ ପର୍ଯ୍ୟନ୍ତ ବଢିଛି। ମୁମ୍ବଇ-ପୁଣେ ଏକ୍ସପ୍ରେସ୍ ୱେରେ ମଧ୍ୟ ଟୋଲ ଟ୍ୟାକ୍ସ ବଢିଯିବ। କାର, ଜିପ୍ ଭଳି ଚାରିଚକିଆ ଯାନ ପାଇଁ ଏବେ ଅସୁଲ ହେଉଥିବା ୨୭୦ ଟଙ୍କାର ଟୋଲ୍‌ ଟିକସ ୩୨୦ ଟଙ୍କା ହୋଇଯିବ। ସେହିପରି ମିନିବସ୍ ଓ ଟେମ୍ପୋ ଭଳି ବାହନ ଏ ପର୍ଯ୍ୟନ୍ତ ଦେଉଥିବା ୪୨୦ ଟଙ୍କା ଶୁଳ୍କ ୪୯୫ଟଙ୍କା ହୋଇଯିବ। ଏହି ନୂଆ ଟୋଲ ଟ୍ୟାକ୍ସ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେ ସମେତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେ, ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ ୱେ, ଦିଲ୍ଲୀ-ହାପୁଡ ଏକ୍ସପ୍ରେସ୍ ୱେ, ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସ୍ ୱେ, ବାରାଣସୀ-ଗୋରଖପୁର ହାଇୱେ, ଉନ୍ନାଓ-ଲକ୍ଷ୍ନୌ ଜାତୀୟ ରାଜପଥ ସମେତ ଦେଶର ସମସ୍ତ ଜାତୀୟ ରାଜମାର୍ଗରେ ଟୋଲ୍‌ ଟିକସ ମହଙ୍ଗା ହେବ। ଦେଶର ବିଭିନ୍ନ ଜାତୀୟ ରାଜମାର୍ଗରେ ବାହନ ଚାଳକଙ୍କୁ ପୃଥକ ପୃଥକ ଟୋଲ୍‌ ଶୁଳ୍କ ଦେବାକୁ ପଡିବ।

Breaking News