ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଲେ ବରିଷ୍ଠ ନେତା ଏନୱାଇ ଗୋପାଳକୃଷ୍ଣ । କୁଡିଲିଗି ଆସନରୁ ବିଜୟୀ ହୋଇଥିବା ବିଜେପି ବିଧାୟକ ଗୋପାଲକୃଷ୍ଣ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର କଂଗ୍ରେସରେ ମିଶିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ସେ କର୍ଣ୍ଣାଟକା ବିଧାନସଭା ବାଚସ୍ପତି ବିଶେଶ୍ୱର ହେଗଡେ କାଗେରିଙ୍କୁ ତାଙ୍କ ଅଫିସରେ ଭେଟିଥିଲେ। ତାଙ୍କ ସହ ଆଲୋଚନା କରିବା ପରେ ସେ ନିଜର ଇସ୍ତଫାପତ୍ର ତାଙ୍କ ନିକଟରେ ଦାଖଲ କରିଥିଲେ। ଇସ୍ତଫା ଦେବା ପୂର୍ବରୁ ସେ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ଭେଟିଥିଲେ। ଉଭୟଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ପରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି।






More Stories
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..