ରିପୋର୍ଟ କାର୍ଡ / ନୂଆପଡ଼ା
ନୂଆପଡ଼ା ଜିଲ୍ଲା ପାବରତୋଲା ଗାଁରେ କଲରାପତରିଆ ବାଘ ପୁଣି ଏକ ବାଛୁରୀକୁ ଟାଣି ନେଇ ଖାଇଦେଇଥିବା ଜଣାଯାଇଛି। ଗତକାଲି ରାତିରେ ଏହି ଅଘଟଣ ଘଟିଥିବା ବେଳେ ଆଜି ସକାଳେ ଗ୍ରାମବାସୀ ଏହା ଦେଖିବାକୁ ପାଇଛନ୍ତି। ଚିଟିରାମ ସତନାମୀଙ୍କ ଗୁହାଳରୁ ଏହି ବାଛୁରୀକୁ ବାଘ ଟାଣିନେଇ ଗୁହାଳ ପାଖରେ ମାରି ଖାଇଛି। ଏହାକୁ ମିଶାଇ ଏଯାଏ ବାଘ ଜିଲ୍ଲାର ନୂଆପଡ଼ା ଓ କୋମନା ବ୍ଲକ୍ ଅଞ୍ଚଳର ୧୬ଟି ଗାଈ ଓ ବାଛୁରୀଙ୍କୁ ମାରି ଖାଇସାରଲାଲାଣି। ଏହାଛଡ଼ା ନୂଆପଡ଼ା ଜିଲ୍ଲାରେ ଏକ ମାସ ଭିତରେ ଜଣେ ବୃଦ୍ଧାଙ୍କୁ ବି ବାଘ ମାରିଥିବା ବେଳେ ଜିଲ୍ଲାର ଲୋକମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..