ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ଗ୍ୟାରେଜରେ ନିଆଁଲାଗି ଜଳିଗଲା ଇନୋଭା କାର୍ ସହ ୫ ଖଣ୍ଡ ବାଇକ୍। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ। ନରେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କର ନିଜ ଗ୍ୟାରେଜରେ କାର୍ ଓ ବାଇକ୍ ମିଶି ୬ଖଣ୍ଡ ଗାଡ଼ି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ହଠାତ୍ ଗ୍ୟାରେଜରେ ନିଆଁ ଲାଗି ଯାଇଥିଲା। ଧୂଆଁ ହେବାରୁ ପରିବାର ଲୋକେ ବାହାରକୁ ଆସି ଦେଖିବାରୁ ଗ୍ୟାରେଜରେ କାର୍ ଓ ବାଇକ୍ ଗୁଡ଼ିକ ହୁତୁହୁତୁ ହୋଇ ଜଳୁଛି। ସଙ୍ଗେ ସଙ୍ଗେ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁ କିଛି ପୋଡ଼ି ଛାରଖାର ହୋଇଯାଇଥିଲା। ଗ୍ୟାରେଜରେ ଥିବା ବ୍ୟାଟେରୀ ସ୍କୁଟିରୁ ନିଆଁ ଏପରି ଅଘଟଣ ଘଟିଥିବା ବୋଲି ସନ୍ଦେହ କରାଯାଉଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..