ରିପୋର୍ଟ କାର୍ଡ / କଟକ
ଚିଟ୍ଫଣ୍ଡ ମାମଲାକୁ ନେଇ ଅଡୁଆରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଆଗାମୀ ଦୁଇ ମାସ ମଧ୍ୟରେ ଚାର୍ଜ ଫ୍ରେମ୍ ପ୍ରକ୍ରିୟା ଶେଷ କରିବାକୁ ସିବିଆର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ଖବର ଅନୁଯାୟୀ, ସିସୋର ଚିଟ୍ଫଣ୍ଡ ମାମଲାରେ ଛନ୍ଦି ହୋଇଛନ୍ତି ପ୍ରଭାତ ଏବଂ ତାଙ୍କୁ ଗିରଫ ବି କରିଥିଲା ସିବିଆଇ । ପରେ ଅବଶ୍ୟ ପ୍ରଭାତ ବିଶ୍ବାଳଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତେବେ ସିବିଆଇ ମାମଲାକୁ ରଦ୍ଦ କରିବା ଲାଗି ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରଭାତ । ତେବେ ମଙ୍ଗଳବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରଭାରତଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚାର୍ଜଫ୍ରେମ୍ ହେବାର ବର୍ଷକ ଭିତରେ ପ୍ରଭାତଙ୍କ ବିରୋଧରେ ବିଚାର (ଟ୍ରାଏଲ) ଶେଷ କରିବାକୁ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..