Report Card Odisha

| Daily Odia News

ଭୟଙ୍କର ବିସ୍ଫୋରଣ; ୧୦ ମୃତ, ୫୦ ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପଶ୍ଚିମ ପାକିସ୍ଥାନରେ ଆତଙ୍କବାଦ ବିସ୍ଫୋରଣ ହୋଇଛି | ଏହି ବିସ୍ଫୋରଣରେ ୮ ପୋଲିସ କର୍ମୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ଥାନା ପରିସରରେ ଥିବା ଅସ୍ତ୍ରଶସ୍ତ୍ର ବୋଝେଇ ଏକ ରୁମ୍‌ରେ ନିଆଁ ଲାଗି ଏପରି ଭୟଙ୍କର ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଏହା ପଛରେ କୌଣସି ଆତଙ୍କୀ ସଙ୍ଗଠନ ହାତ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଉତ୍ତରପଶ୍ଚିମ ପାକିସ୍ତାନର ଖାବର ପଖତୁନଖ୍ୱା ପ୍ରଦେଶର ସ୍ୱାତ୍‌ ଜିଲ୍ଲାସ୍ଥିତ ଥାନା ପରିସରରେ ଥିବା ଆତଙ୍କୀ ନିରୋଧ ଅଫିସରେ ହୋଇଛି ଏହି ଭୟଙ୍କର ବିସ୍ଫୋରଣ । ସୋମବାର ରାତି ପ୍ରାୟ ୮ଟା ପରେ ଏହି ବିସ୍ଫୋରଣ ଘଟିଥିଲା। ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ରୁମ୍‌ରୁ ହଠାତ୍‌ ନିଆଁ ଲାଗିଲା। ଏହାପରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସର୍ଟି ସର୍କିଟରୁ ଏହା ହୋଇଥିବା ଅନୁମାନ କରାଯାଉଛି। ଏଥିଯୋଗୁ ଆତଙ୍କୀ ନିରୋଧ ଅଫିସ ସମେତ ପାଖରେ ଥିବା ଏକ ମସଜିଦ ବି ଭୁଶୁଡ଼ି ପଡ଼ିଥିଲା।

 

Breaking News