ରିପୋର୍ଟ କାର୍ଡ / କେନ୍ଦ୍ରପଡା
ଜାଲ୍ ସାର୍ଟିଫିକେଟ୍ କୁ ନେଇ ଏବେ ରାଜ୍ୟରେ ତନଘନା ଜାରି ରହିଛି । ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଥିବା ବେଳେ ଏବେ କେନ୍ଦ୍ରପଡା ଲିଙ୍କ ଥିବା ଜଣାପଡିଛି । କେନ୍ଦ୍ରାପଡାର ଡାକ ବିଭାଗରେ କାର୍ଯ୍ୟରତ ଜିନି ଜଣ କର୍ମଚାରୀଙ୍କୁ ଆଜି ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ୨ ବର୍ଷ ହେଲା ଏବଂ ଅନ୍ୟ ଦୁଇ ଜଣେ ୬ ମାସ ହେବ ଚାକିରି କରୁଥିଲେ । ତିନି ହେଁ ଭଦ୍ରକର ଓ ବାହାର ରାଜ୍ୟର ଜାଲ ସାର୍ଟିଫିକେଟ୍ ଦେଇଥିଲେ । ମାମଲା ପର ଠାରୁ ଏମାନେ ଫେରାର ଅଛନ୍ତି । ଏନେଇ କେନ୍ଦ୍ରପଡା ଜିଲ୍ଲା ଡାକ ଅଧ୍ୟକ୍ଷକ ସୂଚନା ଦେଇଛନ୍ତି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……