ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୃହଯୁଦ୍ଧଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ସୁଦାନ ଛାଡ଼ିଛି। ପ୍ରାୟ ୨୭୮ ଜଣ ଯାତ୍ରୀଙ୍କୁ ନେଇ ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମେଧା ସାଉଦିଆରବର ଜେଦ୍ଦା ଅଭିମୁଖେ ଯାତ୍ରା କରିଛି। ଏ ସଂପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍ କରି ସୂଚନା ଦେଇଛନ୍ତି। ସୁଦାନରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଅପରେସନ୍ କାବେରୀ ଆରମ୍ଭ କରିଛନ୍ତି। ଏହି ଅପରେସନ ପାଇଁ ୪ଟି ଦେଶ-ସାଉଦି ଆରବ, ୟୁଏଇ, ଆମେରିକା ଓ ବ୍ରିଟେନର ସହାୟତା ନିଆଯାଉଛି । ସୁଦାନ ସଂକଟ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ କହିଥିଲେ ଯେ ଆମର ପ୍ରାଥମିକତା ହେଉଛି ଆମ ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବା ଏବଂ ଏହାର ଅଭିଯାନ ଆରମ୍ଭ ହୋଇଛି । ସୁଦାନରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କରାଯାଇଛି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..