ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ଷୀରଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟର ବୃଦ୍ଧି ପାଇଛି। ମେ’ ୧ରୁ ବଢ଼ିବ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି ପାଇବ। ଏ ନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି। ସଂଘର ନିଷ୍ପତ୍ତି ଅନୁସାରେ ଛେନା କେଜି ୨୦ ଟଙ୍କା ବଢ଼ିଛି। ବର୍ତ୍ତମାନ ଛେନା କେଜି ପ୍ରତି ୧୭୫ ଟଙ୍କା ରହିଥିବାବେଳେ ବଢ଼ିବା ପରେ ଏହା ୧୯୫ଟଙ୍କା ହେବ। ସେହିପରି ପନିର କେଜି ୩୦ଟଙ୍କା ବଢ଼ିଛି। ବର୍ତ୍ତମାନ ପନିର କେଜି ୨୨୫ଟଙ୍କା ରହିଥିବାବେଳେ ବର୍ଦ୍ଧିତ ଦର ଲାଗୁ ହେବା ପରେଏହା ୨୫୫ଟଙ୍କାରେ ପହଞ୍ଚିବ। ଅପରପକ୍ଷରେ ସବୁଠୁ ଅଧିକ ଖୁଆ କେଜି ୬୦ଟଙ୍କା ବୃଦ୍ଧି କରାଯାଇଛି। ବର୍ତ୍ତମାନ ଖୁଆ କେଜି ଦର ୨୬୦ଟଙ୍କା ରହିଥିବାବେଳେ ବଢ଼ିଥିବା ଦର ଲାଗୁ ହେବା ପରେ ଖୁଆ କେଜି ୩୨୦ ଟଙ୍କା ହେବ |






More Stories
ଆଇନଜୀବୀଙ୍କ ପାଇଁ ୪୦ ପ୍ରତିଶତ ସହାୟତା ରାଶି ବୃଦ୍ଧି…..
ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……
କୈଳାସ ମାନସରୋବର ଯାତ୍ରା ଆରମ୍ଭ…..