ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗ୍ୟାଙ୍ଗ୍ଷ୍ଟର ଅତିକ୍ ଅହମ୍ମଦଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ଦଙ୍ଗାକାରୀମାନଙ୍କ ଅବସାନ ଘଟିଛି ବୋଲିକହି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବର ସମାଜବାଦୀ ପାର୍ଟି ସରକାରକୁ ଟାର୍ଗେଟ କରିଛନ୍ତି। ଏହାର ଜବାବରେ ଏସ୍ପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରେସ୍ କନ୍ଫରେନ୍ସ କରି କହିଛନ୍ତି, ଯୋଗୀ ନିଜ ଉପରୁ କେତେ ମାମଲା ହଟାଇଛନ୍ତି ପ୍ରଥମେ ତା’ର ହିସାବ ଦିଅନ୍ତୁ। ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ନାମରେ ବହୁ ମାମଲା ବିଚାରାଧୀନ ଥିଲା। ସେଗୁଡ଼ିକ ମଧ୍ୟରୁ ଅନେକ ଦଙ୍ଗା ମାମଲା। ଗତ ଫେବୃୟାରୀ ୨୪ରେ ଆଇନଜୀବୀ ଉମେଶ ପାଲଙ୍କ ଏବଂ ପରବର୍ତ୍ତୀ ସମୟରେ ଅତିକ୍ ଓ ଅଶ୍ରଫ୍ଙ୍କ ହତ୍ୟା ପାଇଁ କିଏ ଦାୟୀ ବୋଲି ଅଖିଳେଶ ୟୁପିର ଭାଜପା ସରକାରକୁ ଘେରିଛନ୍ତି। ମେ’ ୪ ଓ ୧୧ରେ ପୌର ନିର୍ବାଚନ ହେବାକୁ ଥିବାବେଳେ ଶାସକ ଭାଜପା ଓ ବିରୋଧୀ ଏସ୍ପି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଏବେ ମୁହଁାମୁହଁି ଅବସ୍ଥାରେ। ପ୍ରକାଶ ଯେ, ସୋମବାର ସାହରନ୍ପୁରରେ ଯୋଗୀ କହିଥିଲେ, ନୋ କର୍ଫ୍ୟୁ ନୋ ଦଙ୍ଗା, ୟୁପିରେ ସବୁ ଚାଙ୍ଗା।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..