ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁନ୍ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ବିମାନ ଉଡ଼ାଣ ଆରମ୍ଭ କରିବ। ଇଣ୍ଡିଗୋ ଏୟାରଲାଇନ୍ସ ମେ ୧୫ରେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ କରିବା ନେଇ ଟିକେଟ୍ ବୁକିଂ ଆରମ୍ଭ କରିଥିବାବେଳେ ଖୁବ୍ ଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକ୍ ନେଇ ବୁକିଂ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ଜୁନ୍ ୩ରୁ ସପ୍ତାହକୁ ଦୁଇଦିନ ଲେଖାଏ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ଉଡ଼ାଣ ଆରମ୍ଭ କରିବ। ବିମାନଟି ମଙ୍ଗଳବାର ଓ ଶନିବାର ଅପରାହ୍ନ ୩ଟା ୩୦ରେ ସିଙ୍ଗାପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିବାକୁ ଥିବାବେଳେ ଏଠାରୁ ସଂଧ୍ୟା ୬ଟା ୨୫ରେ ସିଙ୍ଗାପୁର ଅଭିମୁଖେ ଉଡ଼ାଣ କରିବ। ସେହିପରି ମଙ୍ଗଳବାର ଓ ଶନିବାର ଅପରାହ୍ନ ୪ଟା ୫୦ରେ ଭୁବନେଶ୍ବରୁ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ କରିବାକୁ ଥିବାବେଳେ ବ୍ୟାଙ୍କକ୍ରୁ ବୁଧବାର ଓ ରବିବାର ଭୁବନେଶ୍ବର ଆସିବ। ଏଠାରେ ସଂଧ୍ୟା ୬ଟା ୫୫ରେ ଅବତରଣ କରିବ। ଏବେ ଟି-୨ ଟର୍ମିନାଲ ପୁନରୁଦ୍ଧାର କାମ ଚାଲିଥିଲେ ବି ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..