ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅପରାଧୀଙ୍କ ନାର୍କୋ ପରୀକ୍ଷା ପାଇଁ ପୋଲିସ କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ଏସଏଫ୍ଏସ୍ଏଲ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ଏହି ସୁବିଧା ନଥିବାରୁ ପୁଲିସକୁ ଗୁଜୁରାଟ ଓ ଦିଲ୍ଲୀ ଉପରେ ନିର୍ଭର କରିବାକୁ ପଡ଼ୁଛି। ସାରା ଦେଶରେ ମାତ୍ର ହାତଗଣତି ସ୍ଥାନରେ ଏହି ପରୀକ୍ଷଣ କରାଯାଉଥିବାରୁ ଅଭିଯୁକ୍ତଙ୍କୁ ବାହାରକୁ ପଠାଇବା ସହଜ ହେଉନାହିଁ। ନାର୍କୋ ପରୀକ୍ଷାଠାରୁ ଅଭିଯୁକ୍ତକୁ ନବା ଆଣିବା ଓ ସୁରକ୍ଷା ଦେବାରେ ଅଧିକ ଖର୍ଚ୍ଚ ହୋଇଯାଉଛି। ତେଣୁ ଓଡ଼ିଶାର ଏ ବ୍ୟବସ୍ଥା କରାଇବା ପାଇଁ ଏସଏଫ୍ଏସ୍ଏଲ୍ ପ୍ରସ୍ତାବ ଦେଇଛି। ରାଜ୍ୟ ସରକାର ଏ ପ୍ରସ୍ତାବରେ ମୋହର ମାରିବା ପରେ ଏସ୍ଏଫ୍ଏସ୍ଏଲ୍ ବଛାବଛା ଡାକ୍ତର ଏବଂ ଫୋରେନସିକ୍ ମନସ୍ତତ୍ତ୍ବ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବ। ସେମାନଙ୍କୁ ତାଲିମ୍ ପାଇଁ ଗୁଜରାଟ ଫୋରେନସିକ୍ ସାଇନ୍ସ ଲାବରୋଟାରି କିମ୍ବା ଗାନ୍ଧୀନଗର ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭର୍ସିଟିକୁ ପଠାଯିବ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..