Report Card Odisha

| Daily Odia News

ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ମୋଦୀ ସରନେମ୍’ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ ଆଗତ କରିଥିବା ଆବେଦନର ଶୁଣାଣି ଆଜି ହୋଇଛି | ଏହି ମାମଲାରେ ପୁନର୍ବିଚାର କରିବାକୁ ରାହୁଲଙ୍କ ଆବେଦନ ଉପରେ ସୁରତ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଏହି ମାମଲାରେ କୋର୍ଟ ଛୁଟି ପରେ ଶୁଣାଣି କରିବାକୁ ଜଷ୍ଟିସ ହେମନ୍ତ ପ୍ରଚ୍ଛକ କହିଛନ୍ତି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ରିହାତି ପ୍ରଦାନ କରିବାକୁ କୋର୍ଟ ମନା କରି ଦେଇଛନ୍ତି।

Breaking News