ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି | ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି | ଏହି ଘୂର୍ଣ୍ଣି ବଳୟ ପ୍ରଭାବରେ ସେହି ଅଞ୍ଚଳରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ସକାଳ ଆଡ଼କୁ ସେହି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ। ଉକ୍ତ ଲଘୁଚାପ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସହିତ ଉତ୍ତର ଦିଗ ପାର୍ଶ୍ବ ଦେଇ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତିଶୀଳ ହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ଏହି ସାମୁଦ୍ରିକ ବାତ୍ୟା ଗତିପଥ ଓ ତୀବ୍ରତା ସଂକ୍ରାନ୍ତ ସବିଶେଷ ତଥ୍ୟ ଜଣାଇ ଦିଆଯିବ ବୋଲି ପାଣିପାଗ ବିଭାଗ କହିଛି।






More Stories
ଇସ୍ତଫା ଦେଲେ ଜର୍ଜ କୁରିଏନ୍…..
କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ;୧୫ ମୃତ…..
ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ…..