ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଗୋଇନ୍ଦା ସଂସ୍ଥାକୁ ଗୋପନୀୟ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ ଡିଆର୍ଡିଓ ବୈଜ୍ଞାନିକ ଡ. ପ୍ରଦୀପ କୁରୁଲକରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ମହାରାଷ୍ଟ୍ର ପୁଣେର ଏକ ସ୍ବତନ୍ତ୍ର ଅଦାଲତ ବୈଜ୍ଞାନିକ କୁରୁଲକରଙ୍କୁ ମେ’ ୨୯ ପର୍ଯ୍ୟନ୍ତ ଜେଲ ପଠାଇଛନ୍ତି। ଡିଆର୍ଡିଓ ଲାବ୍ର ନିର୍ଦ୍ଦେଶକ ଥିବା କୁରୁଲକରଙ୍କୁ ଗତ ୩ ତାରିଖରେ ମହାରାଷ୍ଟ୍ର ପୋଲିସର ଏଟିଏସ୍ ଟିମ୍ ଗିରଫ କରିଥିଲା। ଶୁଣାଣି ବେଳେ ବୈଜ୍ଞାନିକଙ୍କର ଉଚ୍ଚ ରକ୍ତ ଶର୍କରା ଥିବା ଦର୍ଶାଇ କେତେକ ଔଷଧ ଓ ଘରରନ୍ଧା ଖାଦ୍ୟ ପାଇଁ ଅନୁରୋଧ କରିଥିଲେ। ଔଷଧ ପାଇଁ କୋର୍ଟ ଅନୁମତି ଦେଇଥିଲେ ହେଁ ଘରରନ୍ଧା ଖାଦ୍ୟ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। କୁରୁଲକର ହ୍ବାଟ୍ସଆପ୍ ଏବଂ ଭିଡିଓ କଲ୍ ଜରିଆରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ସହ ଯୋଗାଯୋଗରେ ଥିଲେ। ସେ ହନିଟ୍ରାପ୍ରେ ଫସିଥାଇପାରନ୍ତି ବୋଲି ଗତ ସପ୍ତାହରେ ଏଟିଏସ୍ର ଜଣେ ଅଧିକାରୀ କହିଥିଲେ।






More Stories
ପୁଣି ବଢିଲା ସିଲିଣ୍ଡର ଦାମ୍ !….
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……