ରିପୋର୍ଟ କାର୍ଡ / ପୁରୀ
ଆଜି ପୁରୀ ଶ୍ରୀମନ୍ଦିରରେ ୪ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ସ୍ନାନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ରତ୍ନବେଦୀରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ। ସଂଧ୍ୟା ୬ଟାରୁ ୪ ଘଣ୍ଟା ଲାଗି ବନକାଲାଗି ନୀତି କରାଯିବ। ଏହି ନୀତି ଅନୁସାରେ ଶ୍ରୀଜିଉଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯିବ। ଏହି ସମୟରେ ବନ୍ଦ ରହିବ ଦର୍ଶନ। ତେବେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିହେବ। ତା’ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଏହି ନୀତି ସେବାୟତମାନେ କରୁଥିବାରୁ କେହି ଦର୍ଶନ କରିପାରିବେନି। ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି |






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..