ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେଦାରନାଥ ଯାତ୍ରା ସମୟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ୬ ମହିଳା ଏବଂ ୧୮ ପୁରୁଷ ରହିଛନ୍ତି। ଅଧିକାଂଶ ମୃତ୍ୟୁ କାରଣ ହାର୍ଟ ଆଟାକ କୁହାଯାଉଛି। ସେପଟେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସତ୍ତ୍ବେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। କେଦାରନାଥ ଧାମ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ କୌଣସି ଅସୁବିଧା ନହେଉ ସେଥିପାଇଁ ସବୁ ସମ୍ଭବ ଚେଷ୍ଟା କରାଯାଉଛି। କେଦାରନାଥକୁ ଚାଲି ଚାଲି ଯିବା ପାଇଁ ଥିବା ପଥ ଏବଂ ମନ୍ଦିରକୁ ଥିବା ରାସ୍ତାରେ ୫ କିମି ବ୍ୟବଧାନରେ ଛୋଟ ବଡ଼ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଯେପରି ଯାତ୍ରୀଙ୍କ ଚେକଅପ୍ ସମୟରେ କରାଯାଇ ସେମାନଙ୍କୁ ଖୁବ୍ ଶୀଘ୍ର ଚିକିତ୍ସା ମିଳିପାରିବ। କିନ୍ତୁ ଏହା ପରେ ବି ୨୩ ଦିନରେ ୨୪ ଜଣକ ମୃତ୍ୟୁ ହୋଇଛି | ରାଜ୍ୟରେ ବଦଳୁଥିବା ପାଣିପାଗ ଏବଂ ହାର୍ଟ ଆଟାକ୍ରେ ଲଗାତାର ହେଉଥିବା ମୃତ୍ୟୁ ପରେ ଧାମୀ ସରକାର ଚାରଧାମ ଯାତ୍ରାକୁ ନେଇ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଶ୍ରଦ୍ଧାଳୁଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସଂପୂର୍ଣ୍ଣ ଚେକ୍ଅପ୍ କରିବାକୁ ପରାମର୍ଶ ଦିଆଯାଇଛି । ମନ୍ଦିରର ଏତେ ଉଚ୍ଚତାରେ ଅବସ୍ଥିତ ଯେ ସେଠାରେ ଅଧିକ ଥଣ୍ଡା, କମ୍ ଆଦ୍ରତା ଏବଂ କମ୍ ଅମ୍ଳଜାନ କାରଣରୁ ଲୋକଙ୍କୁ ଅସୁବିଧା ହୋଇଥାଏ, ଏଥିପାଇଁ ସୁସ୍ଥ ବ୍ୟକ୍ତିଙ୍କୁ ଯାତ୍ରା କରିବାକୁ କୁହାଯାଇଛି। ଏହା ସହ ଯାତ୍ରୀଙ୍କୁ ଚାରଧାମ ଯାତ୍ରା ପୂର୍ବରୁ ପ୍ରତିଦିନ ୫-୧୦ ମିନିଟ୍ ଶ୍ବାସକ୍ରିୟା ଜନିତ ବ୍ୟୟାମ, ପ୍ରତିଦିନ ୨୦-୩୦ ମିନିଟ୍ ଚାଲିବା ପାଇଁ ପରାମର୍ଶ ଦିଆଯାଇଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..