ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆ ସଂସଦ ଭବନ ଉଦ୍ଘାଟନକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନବାସୀଙ୍କୁ ଆହ୍ବାନ କରିଛନ୍ତି, ଯେଉଁଠି ଚଳିତବର୍ଷ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଛି। ଅସହିଷ୍ଣୁ ଓ ବିଭାଜନକାରୀ ବିଜେପିକୁ ତା’ର ସ୍ଥାନ ଦେଖାଇଦେବା ପାଇଁ ସେ ତିନି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କର ସେଙ୍ଗୋଲ ସ୍ଥାପନ ଉତ୍ସବର ଚିତ୍ର ସେୟାର କରି ଟ୍ବିଟରରେ ମହୁଆ ଜବାହରଲାଲ ନେହରୁଙ୍କ ‘ଏ ଟ୍ରିଷ୍ଟ ୱିଥ୍ ଡେଷ୍ଟିନୀ’ ଭାଷଣର ଏକ ବାକ୍ୟାଂଶ – ‘‘ସ୍ବାଧୀନ ଭାରତର ଏକ ବିରାଟ ଘର ଯେଉଁଠି ତା’ର ସମସ୍ତ ସନ୍ତାନ ବାସ କରିପାରିବେ’’ ଉଦ୍ଧାର କରି ଲେଖିଛନ୍ତି ‘‘ରାଜା (ମୋଦୀ) ସେହି ମହତ୍ ଦୃଷ୍ଟିକୋଣକୁ ସଂକୁଚିତ କରି ତାକୁ ସଂକୀର୍ଣ୍ଣ କାନ୍ଥବିଶିଷ୍ଟ ଏକ ସାଧାରଣ କୁଡ଼ିଆରେ ପରିଣତ କରିଛନ୍ତି।’’ ଏହାପରେ ଆଗକୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଥିବାରୁ ଉକ୍ତ ରାଜ୍ୟବାସୀମାନଙ୍କୁ ବିଜେପିକୁ ତା’ର ଔକାତ୍ ଦେଖାଇଦେବା ପାଇଁ ମହୁଆ ଆହ୍ବାନ ଦେଇଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..