Report Card Odisha

| Daily Odia News

ବାପାକୁ ହାଣିଲା ପୁଅ……

ରିପୋର୍ଟ କାର୍ଡ / ପିପିଲି

ବାପା କୁ ଟାଙ୍ଗିଆରେ ହାଣି ହତ୍ୟାକଳା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ। ମୃତ ବାପା ହେଉଛନ୍ତି ହୃଷିକେଶ ପ୍ରଧାନ ବୟସ ୬୦ ବର୍ଷ । ସୂଚନା ଅନୁଯାୟୀ, ଗତକାଲି ରାତିରେ ପୁଅ ଜିତୁର ହୃଷିକେଶ ପ୍ରଧାନଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପୁଅ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ଟାଙ୍ଗିଆ ଚୋଟରେ ଚାଲିଯାଇଥିଲା ବାପା ହୃଷିକେଶ ପ୍ରଧାନଙ୍କର ଜୀବନ। ମଦ ପିଇ ନିଶାରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପିପିଲି ଥାନା ପୋଲିସ ସାନକଣ୍ଟି ଗ୍ରାମରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି। ଖାଲି ସେତିକି ନୁହେଁ, ପୁଅକୁ ବି ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Breaking News