ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ଚାମରାଜନଗରରେ ଭାରତୀୟ ବାୟୁସେନାର ଏକ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଦୁଇ ଜଣ ପାଇଲଟ୍ ଥିଲେ ଓ ସେମାନେ ସୁରକ୍ଷିତ ଥିବା ସୂଚନା ମିଳିଛି। ମିଳିଥିବା ଖବର ମୁତାବକ, ଭାରତୀୟ ବାୟୁସେନାର ଏକ କିରଣ ପ୍ରଶିକ୍ଷଣ ବିମାନ କର୍ଣ୍ଣାଟକର ଚାମରାଜନଗରର ମାକାଲି ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ପାଇଲଟ୍ ସମେତ ମୋଟ୍ ଦୁଇ ଜଣ ପାଇଲଟ୍ ଥିଲେ। କୁହାଯାଉଛି ଯେ, ଉଭୟ ସୁରକ୍ଷିତ ଅଛନ୍ତି। ଭାରତୀୟ ବାୟୁସେନାର ଜଣେ ଅଧିକାରୀ କହିଛନ୍ତି, ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଯାଞ୍ଚ ଜାରି ରହିଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..