Report Card Odisha

| Daily Odia News

୯ କୋଟି ଠକେଇ ଅଭିଯୋଗରେ ବିଲ୍ଡରଗିରଫ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବ୍ୟାବସାୟିକ ଗୃହ ଦେବା ନାଁରେ ୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି। ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁରରୁ ଗିରଫ କରାଯାଇଛି। ଭୁବନେଶ୍ବରର ଆଇଆରସି ଭିଲେଜ ନୟପଲ୍ଲୀର କଲ୍ୟାଣ ମିଶ୍ର ନାମକ ଜଣେ ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି। ଏନେଇ ଇଓଡବ୍ଲ୍ୟୁ କେସ ନଂ-୧୪/୨୨ରେ ଆଇପିସି ଦଫା ୪୦୬, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦(ବି)ରେ ମାମଲା ରୁଜୁକରି ତାଙ୍କୁ କୋର୍ଟ ଚାଲାଣ କରିଛି ଅର୍ଥନୈତିକ ଅପରାଧ ଶାଖା।

Breaking News