ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ସ୍ଥିତି ଅଶାନ୍ତ ରହିଛି। ଶାନ୍ତି ଫେରାଇ ଆଣିବାପାଇଁ ବିଭିନ ପ୍ରକାର ପ୍ରୟାସ କରି ଦଙ୍ଗାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଶାନ୍ତି ଫେରାଇଆଣିବାକୁ ନିଯୁକ୍ତ ହେଲେ ନୂଆ ଡିଜିପି | ବିଭିନ୍ନ ଅଞ୍ଚଳରେ ଲୁଟ୍ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ମଧ୍ୟରେ ମଣିପୁରରେ ଏକ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନ ହୋଇଛି। ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜୀବ ସିଂଙ୍କୁ ରାଜ୍ୟର ନୂତନ ଡିଜିପି କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ କ୍ୟାଡରଙ୍କୁ ତିନି ବର୍ଷ ପାଇଁ ମଣିପୁରକୁ ଟ୍ରାନ୍ସଫର କରିଦିଆଯାଇଛି | ବର୍ତ୍ତମାନ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସରେ ଇନ୍ସପେକ୍ଟର ଜେନେରାଲ ବା ଆଇଜି ପଦରେ ଥିବା ରାଜୀବଙ୍କୁ ମଣିପୁରର ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି | ଅନ୍ୟପଟେ ମଣିପୁର ହିଂସାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ‘ସିବିଆଇ’ଟିମ୍ର ତତ୍ତ୍ବାବଧାନ ନିମନ୍ତେ କେନ୍ଦ୍ର ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି |






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..