ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆ ଆଇଏଏସ ଅଧିକାରୀ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି)ର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଗତ ମାସ ୩୧ ତାରିଖରେ ୟୁପିଏସସି ଅଧ୍ୟକ୍ଷ ଡ. ମନୋଜ ସୋନି ଶ୍ରୀ ସ୍ୱାଇଁଙ୍କୁ ଶପଥ ପାଠ ନେଇଛନ୍ତି | ୧୯୮୮ ବ୍ୟାଚର ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍ ଶ୍ରୀ ସ୍ୱାଇଁ ପୂର୍ବରୁ ଅଣୁ, କ୍ଷୁଦ୍ର ଓ ମଧ୍ୟ ଶିଳ୍ପ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ । ୟୁପିଏସସିରେ ଜଣେ ଅଧ୍ୟକ୍ଷଙ୍କ ସହିତ ୧୦ ଜଣ ସଦସ୍ୟ ରହିବାର ନିୟମ ରହିଥାଏ । ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟ ଭାବେ ଶ୍ରୀ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଓ ସବର୍ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀଙ୍କୁ ୟୁପିଏସସି ପକ୍ଷରୁ ଚୟନ କରାଯାଇଥାଏ ।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..