Report Card Odisha

| Daily Odia News

ପ୍ରଥମରୁ ଦଶମ ମିଳିବ ମାଗଣା ପୋଷାକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ପିଲାଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯିବ । ପ୍ରତି ପିଲାଙ୍କୁ ୨ ହଳ ପୋଷାକ, ହଳେ ଜୋତା, ୨ ହଳ ମୋଜା ପ୍ରଦାନ କରାଯିବ । ଏଥିସହିତ ପିଲାଙ୍କୁ ଗୋଟିଏ ଟି-ଶାର୍ଟ, ଗୋଟିଏ ଟୋପି, ଗୋଟିଏ ଟ୍ରାକ୍ ପ୍ୟାଣ୍ଟ ମିଳିବ । ଚଳିତ ମାସ ଶେଷ ସୁଦ୍ଧା ଏହି ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଓଡ଼ିଶା ସ୍କୁଲ ଶିକ୍ଷା ପ୍ରୋଗ୍ରାମ ଅଥରିଟି ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ଲେଖାଯାଇଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯାଉଥିବା ବେଳେ ଏବେ ଏଥିରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା’ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟର ସମୀକ୍ଷା କରଯିବା ପରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ଏ ବାବଦରେ ଗତ ମାସ ୩୧ ତାରିଖରେ ସୂଚନା ଦେଇଥିଲେ ।

Breaking News