ରିପୋର୍ଟ କାର୍ଡ / ବାଲେଶ୍ବର
ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ରୁଜୁ କରିଛି। ରେଳ ମନ୍ତ୍ରାଳୟର ଆବେଦନରେ ତଦନ୍ତ ପାଇଁ ମାମଲା ରୁଜୁ ହୋଇଛି। ଏହି ଘଟଣା ନେଇ ଗତ ୩ ତାରିଖ ଦିନ ବାଲେଶ୍ବର ଜିଆରପି ଥାନାରେ ମାମଲା ରୁଜୁ ହୋଇଥିଲା। ଦୁର୍ଘଟଣାକୁ ନେଇ ଜିଆରପି ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା। ଏବେ ଜିଆରପି ଠାରୁ ସିବିଆଇ ତଦନ୍ତ ଭାର ନେଇଛି। ବାହାନଗାରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍ ସୋମବାର ବାଲେଶ୍ବରରେ ପହଞ୍ଚିଛନ୍ତି । ସିବିଆଇ ଟିମ୍ ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ଲାଗି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଛନ୍ତି।






More Stories
୨୦ରେ ରାଜ୍ୟରେ ସମସ୍ତ ଔଷଧ ଦୋକନ ବନ୍ଦ…..
ରାଜ୍ୟରେ ଶତାଧିକ ପେଟ୍ରୋଲ ପମ୍ପରେ ତାଲା…..
ବିମାନ ଉଡ଼ାଣରେ ଲାଗିଲା କଟକଣା…..