ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୦୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦୬ଜଣ ଡାକ୍ତରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଜୁନିୟର ଡାକ୍ତରଙ୍କୁ ଶୁଭେଛା ଜଣାଇଥିଲେ। ରାଜ୍ୟ ସ୍ବାସ୍ଥ୍ୟ ସେବାରେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏହା ଏକ ଅଭିନବ ଉଦ୍ୟମ । ଏହା ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜଭୁତ କରିବ । ଲୋକଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଆପଣମାନଙ୍କ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଗାମୀ ବର୍ଷରୁ ଓଡ଼ିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ। ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କ୍ବାଲିଟି ସ୍ବାସ୍ଥ୍ୟ ସେବା ଯୋଗାଉଛି। ଏହା ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ହୋଇଛି। ଏଥିପାଇଁ ୨୨୫ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।






More Stories
ପଥର ଖୋଲରୁ ନାବାଳକ ଉଦ୍ଧାର…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..